ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ଏକ ବିଶାଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ଗୁରୁକୃପା ଲାଭ କରିବେ। କର୍ମତତ୍ପରତା ପ୍ରକାଶ ପାଇବ। କୃପାନିଧାନଙ୍କ କୃପାପାତ୍ର ହେବେ।
ବୃଷ: ନିକୃଷ୍ଟ ସଙ୍ଗ ହେଲେ ପ୍ରଭାବହୀନ ହୋଇପାରନ୍ତି। ସରକାରଙ୍କ କ୍ରୂର ଦୃଷ୍ଟି ପଡ଼ିପାରେ। ଧନଧାନ୍ୟ ହୀନ ହେବା ଆଶା କରାଯାଏ। ଦୟାଳୁ ନ ହୋଇ ପାରନ୍ତି। ଦିନଟି ପ୍ରମାଦପୂର୍ଣ୍ଣ ହେତୁ ସତର୍କତା ଆବଶ୍ୟକ।
ମିଥୁନ: କଠିନ ସ୍ବଭାବ ସମ୍ପନ୍ନ ହେବେ। କାମୀ ନ ହୋଇ ପ୍ରେମୀ ହେବାଟ ଭଲ ହେବ। ସମାଜସେବା ସ୍ବରୂପ ବିଶେଷ ପୁଣ୍ୟ ଅର୍ଜନ କରିପାରନ୍ତି। ଚେଷ୍ଟା ସୁଶୀଳ ଓ ବିନୟାବନତ ହୋଇପାରେ। ଦିନଟି ସୁଖପୂର୍ଣ୍ଣ ହେବ।
କର୍କଟ: ଭୟାଳୁ ହୋଇପାରନ୍ତି। ସନ୍ମାର୍ଗକୁ ହୁଡ଼ି ପ୍ରଥମେ କଣ୍ଟକୀୟ ପଥକୁ ବାଛି ନେଇପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।
ସିଂହ: ମନ ଚଞ୍ଚଳ ରହିବ। ଶତ୍ରୁପକ୍ଷ ବଳବାନ୍ ହୋଇପାରେ। ପରିସ୍ଥିତି ଏପରି ହେବ; ଯେଉଁ ଘଟଣାରେ କ୍ଷମାଶୀଳ ହେବେ ନାହଁି କିମ୍ବା ଦୟାଳୁ ନ ହୋଇ ପାରନ୍ତି। ତୀର୍ଥ ପର୍ଯ୍ୟଟନ କରି ପାପମୁକ୍ତ ହେବେ।
କନ୍ୟା: ଉପକାରୀ ଲୋକ ଚାହଁୁଥିବା ସାହାଯ୍ୟ ନ ଦେଲେ କୃତଘ୍ନ ହୋଇପାରନ୍ତି; ମାତ୍ର ସୁକର୍ମ ବଳରେ ପ୍ରବଳ ପ୍ରତାପୀ ହେବେ। ଜଣେ ମହାମନୁଷ୍ୟ ଓ କୁଳପ୍ରଧାନ ଭାବେ ବିବେଚିତ ହେବେ। ମାତାପିତାଙ୍କ ଆଶିଷ ମିଳିବ।
ତୁଳା: ଭାଗ୍ୟବାନ୍ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସାଧୁସେବା କରିପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ସତ୍ସଙ୍ଗୀ ହେବେ। ବିଭୁକୃପା ଲାଭ କରିବେ। ପରିସ୍ଥିତିର ଦାସ ହୋଇ ସାଧୁ ପରାଙ୍ମୁଖ ହୋଇପାରନ୍ତି।
ବିଛା: କୁକର୍ମରେ ଲିପ୍ତ ହେଲେ ଦୁଃଖ ଭୋଗିବାକୁ ପଡ଼ିବ। ନିଜ ଲୋକ ଭାବୁଥିବା ବ୍ୟକ୍ତିଙ୍କ ବିରୋଧରେ ସମ୍ମୁଖୀନ ହେବେ। ସାମାନ୍ୟ ପରିମାଣ ଅର୍ଥ ମିଳିବ। ବହୁ ମିତ୍ରଙ୍କ ସହାୟତା ସହାୟତା ପାଇବେ।
ଧନୁ: ସୁଖୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ୍ ହେବେ। ଜନ ପ୍ରଧାନ ହୋଇପାରନ୍ତି। ମହା ପ୍ରଭାବଶାଳୀ ହେବେ। ସଦାସର୍ବଦା ହର୍ଷୋତ୍ଫୁଲ୍ଲ ରହିବେ। ରାଜ ସମ୍ମାନ ପ୍ରାପ୍ତ ହେବେ। ନିରାମୟ ରହିବେ।
ମକର: କଠିନ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। ବିଭୁକୃପା ଲାଭ କରିବା କଷ୍ଟକର ହୋଇପାରେ। ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇ ଧନହୀନ ହୋଇପାରନ୍ତି। କେବଳ ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।
କୁମ୍ଭ: ବହୁ ସୁହୃଦଙ୍କ ସାନ୍ନିଧ୍ୟ ମିଳିବ। ସତ୍ୟାନୁରକ୍ତ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଜ୍ଞାନୀ ବ୍ୟକ୍ତିଭାବେ ଉଚ୍ଚାସନ ଲାଭ କରିବେ। ସତ୍ସଙ୍ଗୀ ହେବେ। ଲୋକପୂଜ୍ୟ ହେବେ।
ମୀନ: ଜ୍ଞାନଗରିମାସମ୍ପନ୍ନ ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବହୁ ଗୌରବର ଅଧିକାରୀ ହେବେ। ସାଧୁସେବାକୁ ବ୍ରତଭାବେ ଗ୍ରହଣ କରିବେ। ଧନସମ୍ପଦ ଭରପୂର ରହିବ। ପାପ ପରାଙ୍ମୁଖ ହୋଇପାରନ୍ତି।






More Stories
ବାଧାବିଘ୍ନ ଦୂର ହୋଇଯିବ…..
କୀର୍ତ୍ତିମାନ୍ ହୋଇପାରନ୍ତି…..
ଆତ୍ମବିଶ୍ୱାସ ବଢ଼ିବ…..