ରିପୋର୍ଟ କାର୍ଡ / ଭୋପାଳ/ ଭୁବନେଶ୍ୱର
ମଧ୍ୟପ୍ରଦେଶ ଉଜ୍ଜୟିନୀ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟ ରେ ଦେଶ ତଥା ଦେଶ ବାହାରେ କରାଯାଉ ଥିବା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଉଜ୍ଜୟିନୀ ର ମହାକାଳେଶ୍ଵର ଙ୍କ ପିଠ ରେ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ପୁରୀରୁ ମହନ୍ତ ରାମ ଶରଣ ମହାରାଜ, ଅଖିଲ ଭାରତୀୟ ସନ୍ଥ ମହାସଭା ର ସମ୍ପାଦକ, ଉଜ୍ଜୟିନୀ ର ପ୍ରମୁଖ ଜ୍ୟୋତିଶାଚାରଜ୍ୟ, ପଞ୍ଚରାତ୍ର ସମିତିର ପ୍ରମୁଖ ବୈକୁଣ୍ଠନାଥ ମହା ପାତ୍ର, ସମ୍ପାଦକ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସମ୍ପାଦକ ନାରାୟଣ ମହାପାତ୍ର ଓ ବହୁ ପ୍ରମୁଖ ବ୍ୟକ୍ତି ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା|






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..