Report Card Odisha

| Daily Odia News

ପାକିସ୍ତାନ ଓ ଚୀନ୍‌କୁ ଦେବ ଚେକ୍‌ ପ୍ରଳୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଡ଼ୋଶୀଙ୍କୁ ଚେକ୍ ଦେବ ପ୍ରଳୟ ମିସାଇଲ୍ | ଭାରତର ସୀମା ପାରହେଲେ ହେବ ପ୍ରଳୟ । ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିସାଇଲ୍। ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ।ଏହାକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ। ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର ରହିଛି। ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ।

Breaking News