ରିପୋର୍ଟ କାର୍ଡ / ଜଗତସିଂହପୁର
ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର । ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନଙ୍କ ଘରେ ଚଢ଼ାଉ ହୋଇଛି । ଏକସଙ୍ଗେ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର, ଜଗତସିଂହପୁର, ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି । ନିକଟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ । ସୂଚନା ଅନୁଯାୟୀ, ଫରେଷ୍ଟ ରେଞ୍ଜ ଅଧିକାରୀ କେଶବ ମାଝି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡ଼ିଥିଲେ । ଏନେଇ କେଶବଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ରେଡ କରିଥିଲା । ଏହାସହ କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି କରିଥିଲା ।






More Stories
ଓଏଏସ୍ ସ୍ତରରେ ଅଦଳ ବଦଳ…..
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..
ଭୁବନେଶ୍ୱରରେ ରାଷ୍ଟ୍ରପତି……