Report Card Odisha

| Daily Odia News

ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଅନୁଦାନ ପାଇଁ ନିଜକୁ ଜନସ୍ବାର୍ଥରେ ବିନିଯୋଗ କରିପାରନ୍ତି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ: ଜ୍ଞାନର ପ୍ରଦୀପ ଜଳାଇ ଜନସାଧାରଣଙ୍କ ଦିଗ୍‌ଦର୍ଶକ ସାଜିପାରନ୍ତି। ପରିବେଶ ପରିସ୍ଥିତି ମନରେ ପ୍ରସନ୍ନତା ଭରି ଦେଇପାରେ। ଲୋକେ ଆପଣଙ୍କୁ ଦୟା ସାଗର ଭାବେ ବିବେଚନା କରିବେ।

ମିଥୁନ: ଆପଣଙ୍କ ଜୀବନର ଡୋରି ଭାଗ୍ୟ ହାତରେ ରହିଛି। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ପାଇଁ ପତ୍ନୀଙ୍କ ସେବା କରିବାକୁ ପଡ଼ିବ। ବିଦ୍ବାନ୍‌ ସାହସୀ ଓ ସମ୍ପତ୍ତିବାନ୍‌ ହେବା ଆଶା କରାଯାଏ।

କର୍କଟ: ବିପଦ ସମୟ ପ୍ରାୟ ଉପଗତ। ସତର୍କ ବିନା ଅନ୍ୟ ଗତି ନାହିଁ। ଜୀବେ ଦୟା ଓ ବନସୁରକ୍ଷାରେ ମନ ଦେଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ମନ ଚଞ୍ଚଳ ରହିବ। ଦୈବୀ ବଳରେ ବଳୀୟାନ ହେବେ।

ସିଂହ: ଦିନଟି ଆନନ୍ଦ ଦାୟକ ହେବ। ଯାହା ଘଟଣା ଘଟିବ ସମସ୍ତ ସୁଖମୟ ହେବ। କର୍ମରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସପତ୍ନୀକ ଆନନ୍ଦ ଅନୁଭବ କରିବେ।

କନ୍ୟା: ମନରେ ଶାନ୍ତିର ବାତାବରଣ ସୃଷ୍ଟି ହେବ; ଶତ୍ରୁ ଦମନ ଖବର ମିଳିବା ପରେ ଋଣ ବୋଝ ମୁଣ୍ଡରୁ ଖସାଇବା ପାଇଁ ଝାଳବୁହା ପରିଶ୍ରମର ସମ୍ମୁଖୀନ ହେବେ। ଭ୍ରାତୃ ସହଯୋଗରେ ଆଶା ପୂରଣ ହେବ।

ତୁଳା: ଜ୍ଞାନ ଅର୍ଜନ ପାଇଁ ବିଭିନ୍ନ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ପରମ ଶାନ୍ତି ଓ ତୃପ୍ତିଦାୟକ ହୋଇପାରେ। କର୍ମରେ ସଫଳତା ଲାଭ କରିବେ। ବାଧା, ବନ୍ଧନ ନମାନି ଅଗ୍ରସର ହେବେ।

ବିଛା: ଶ୍ରମ ସାର୍ଥକ ହେବ। ଚାରାରୋପଣ କରିବେ। ଯଦିବା ଫଳ ମିଳିବାକୁ ବିଳମ୍ବ ହେବ; କିନ୍ତୁ ଛାୟା ଖୁବ୍‌ଶୀଘ୍ର ମିଳିବ। ଭ୍ରାତୃଭାବ ଅତୁଟ ରହିବ। ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି।

ଧନୁ: ଆର୍ଥିକ ସ୍ଥିତି ପିଛିଳରୁ ସ୍ବଚ୍ଛଳ ହେବାର ସମୟ ଉପସ୍ଥିତ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ମକର: ତ୍ୟାଗପୂତ ମନୋବୃତ୍ତିର ହେଲେ ଲୋକପ୍ରିୟତା ଅର୍ଜନ କରିବେ। ଉଚ୍ଚ ସମ୍ମାନ ସମ୍ପନ୍ନ ହୋଇପାରନ୍ତି। ଧନାଗମର ମାତ୍ରା ବୃଦ୍ଧି ହେବ। ଭୋଗ ଭିତରେ ତ୍ୟାଗ ଓ ତ୍ୟାଗ ଭିତରେ ସୃଜନଶୀଳତା ରହିବ।

କୁମ୍ଭ: ଗତାନୁଗତିକ ଆୟ ଅବ୍ୟାହତ ରହିବ। ସନ୍ମାର୍ଗୀ ହୋଇ ଅସ୍ପୃଶ୍ୟତାର ସନ୍ଧାନ ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ଅମୃତମୟ ହୋଇପାରେ। ସ୍ବାସ୍ଥ୍ୟପ୍ରଦ ଭୋଜନରେ ଆପ୍ୟାୟିତ ହେବେ।

ମୀନ: ଅସାଧ୍ୟ ସାଧନ କରି କୀର୍ତ୍ତିମାନ୍‌ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଭାଷା ପରମ କଲ୍ୟାଣୀୟ ହେବ।

 

Breaking News