Report Card Odisha

| Daily Odia News

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କାଶ୍ମୀର ସିଧରା କ୍ଷେତ୍ରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀର ସିଧରା କ୍ଷେତ୍ରରେ ଆତଙ୍କବାଦୀ ମାନେ ରହିଥିବା ନେଇ ପୋଲିସ କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଜମ୍ମୁ କାଶ୍ମୀର ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲା । ସେହି ସମୟରେ ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଯବାନ ମାନେ କହିଥିଲେ । ହେଲେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀ ମାନେ କେଉଁ ଗୋଷ୍ଠୀର ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଏବେ ବି ଯବାନ ମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏକ ଟ୍ରକରୁ ବହୁ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ସୂଚନା ଥାଉକି ଗତ କିଛି ଦିନ ତଳେ ଏହି ସ୍ଥାନରେ ଗ୍ରେନେଡ ବିସ୍ଫୋରଣ ହୋଇଥିଲା ।

 

Breaking News