ରିପୋର୍ଟ କାର୍ଡ / ଭୁବନେଶ୍ବର
କରୋନା ସଂକ୍ରମଣ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। କହିଛନ୍ତି, ‘ଗତକାଲି କୋଭିଡ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି କଣ ଅଛି, ହକି ୱାର୍ଲଡ଼ କପ ଆଗକୁ ଅଛି, କଣ କରାଯାଇପାରିବ, ଏନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭୟଭୀତ ହେଲା ଭଳି ସ୍ଥିତି ହୋଇନାହିଁ। ଭାରତରେ କି ଓଡ଼ିଶାରେ ବିଶେଷ ସଂକ୍ରମଣ ବଢୁନାହିଁ। ପ୍ରମାଣଭିତ୍ତିକ କାମ କରବାକୁ ପଡ଼ିବ। ଅବସ୍ଥା ଦେଖି ବ୍ୟବସ୍ଥା କରିବା। ବର୍ତ୍ତମାନ କଣ ସ୍ଥିତି ରହିଛି ସେନେଇ ଆମେ ସରକାରଙ୍କୁ ଅବଗତ କରିଛୁ। ନଭେମ୍ବର ୧୧ ପରଠାରୁ ଆମେ ପ୍ରତିଦିନ ୧୨ ତଳେ ଅଛୁ। ଅଲ ଇଣ୍ଡିଆ ଆଭରେଜଠାରୁ ଆମ ସ୍ଥିତି ଭଲ ଅଛି। ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଲୋକ ଆତଙ୍କିତ ନହୁଅନ୍ତୁ। ଏହା ଓମିକ୍ରୋନର ସବ୍ ଭ୍ୟାରିଆଣ୍ଟ। ଥାର୍ଡ ୱେଭ ଓମିକ୍ରନ ପାଇଁ ହେଇଥିଲା। ହସ୍ପିଟାଲାଇଜେସନ୍ ମଧ୍ୟ କମ୍ ଥିଲା। ତେଣୁ ବର୍ତ୍ତମାନ ସୁଧା ଯାହା ଜଣାପଡୁଛି ଏହା ବ୍ୟାପିପାରେ। ହେଲେ ରୋଗ କରିବାର କ୍ଷମତା କେତେ ରହିବ କିମ୍ବା ହସ୍ପିଟାଲାଇଜେସନ କେତେ ହେବ ତାହା ବର୍ତ୍ତମାନ ଯାଏ ଜଣାପଡିନି। ସତର୍କତା ଅବଲମ୍ବନ କରିବାର ଆଵଶ୍ୟକତା ରହିଛି। ଆମ ପାଖେ ଏବେ ଟିକା ନାହିଁ, କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଦେଲେ ଆମେ ଲୋକଙ୍କୁ ଦେବୁ। ଭ୍ୟାକ୍ସିନ୍କୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରନ୍ତି। ମାସ୍କ ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ ଭିଡ଼ ଜାଗାକୁ ଗଲେ ମାସ୍କ ପରିଧାନ କରନ୍ତୁ ଓ ଲକ୍ଷଣ ଦେଖା ଦେଲେ ଟେଷ୍ଟ କରନ୍ତୁ। ଆମ ରାଜ୍ୟରେ ଅନ୍ୟ ରାଜ୍ୟ ଅପେକ୍ଷା ପ୍ରଭାବ ମାସେ ଦେଢ଼ ମାସ ପରେ ପଡେ। ଆମ ହାତରେ ଏବେ ସମୟ ଅଛି।’






More Stories
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ……
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..