Report Card Odisha

| Daily Odia News

କେନ୍ଦ୍ର ସରକାରଙ୍କୁ ସୁରକ୍ଷା ମାଗିଲା କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ଭାରତ ଯୋଡ଼ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ମାଗିଛି | ରାହୁଲ ଗାନ୍ଧୀ ଓ ଅନ୍ୟ ସହଯାତ୍ରୀ ମାନଙ୍କୁ ସୁରକ୍ଷା ଦେବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛି କଂଗ୍ରେସ । ପୂର୍ବରୁ ଜେଡ୍‌ ପ୍ଲସ ସୁରକ୍ଷାରେ ଥିବା ରାହୁଲ ଗାନ୍ଧୀଙ୍କୁ ସରକ୍ଷା ଦେବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଛି । ହେଲେ ତାଙ୍କ ୪ ପାଖରେ ଦିଲ୍ଲୀ ପୋଲିସ ଆବଶ୍ୟକ ସୁରକ୍ଷା ବଳୟ କରିବାରେ ବିଫଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା କଂଗ୍ରେସ କର୍ମୀ ଓ ଭାରତ ଯାତ୍ରୀମାନେ ବାଧ୍ୟ ହୋଇ ଗୋଟିଏ ସୁରକ୍ଷାବଳୟ ସୃଷ୍ଟି କରିଥିଲେ। ଦିଲ୍ଲୀ ପୋଲିସ ପ୍ରବଳ ଭିଡ଼ ସତ୍ତ୍ୱେ କେବଳ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଯାହାଫଳରେ ରାହୁଲଙ୍କ ସମେତ ଅନ୍ୟ ପଦଯାତ୍ରୀଙ୍କ ସୁରକ୍ଷା ବିପନ୍ନ ହେଉଛି । ତେଣୁ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା ଯୋଗାଇ ଦେବାକୁ ଶାହାଙ୍କୁ ଚିଠିରେ କଂଗ୍ରେସ ଦାବି କରିଛି । ଭାରତ ଯୋଡ଼ୋ ଯାତ୍ରାରେ ଭାଗ ନେଉଥିବା ଲୋକଙ୍କୁ ଗୁଇନ୍ଦା ବିଭାଗ ପଚରାଉଚରା କରୁଛି।

Breaking News