ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶ୍ୱକପ ହକି ବେଳେ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। କେବଳ ବିମାନବନ୍ଦରରେ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ । ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷା କରିବା ପରେ ଏପରି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସେ କହିଛନ୍ତି, ଆସନ୍ତା ୪ ତାରିଖରୁ ଖେଳାଳି, କୋଚ୍ ଓ ଟେକନିକାଲ ଷ୍ଟାଫ୍ ଭୁବନେଶ୍ୱରରେ ପହଞ୍ଚିବେ। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନେ କିପରି ସହଜରେ ହୋଟେଲ ଓ ଷ୍ଟାଡିୟମରେ ପହଞ୍ଚି ପାରିବେ ଓ ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।






More Stories
ମମତାଙ୍କ ବିରୋଧରେ ମାମଲା ରୁଜୁ…..
ମାଗଣା ଚାଉଳକୁନେଇ ବଡ ଘୋଷଣା…..
ଏକାସଙ୍ଗେ ମିଳିବ ୩ ମାସର ଭତ୍ତା……