ରିପୋର୍ଟ କାର୍ଡ / ଭବାନୀପାଟଣା
ସରକାରୀ ଅର୍ଥ ଆତ୍ମସାତ କରି ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ପିଇଓ ଦେବାନନ୍ଦ ସାଗରଙ୍କୁ ଉଦ୍ଧାର କରାଯାଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅର୍ଥ ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରମାଣିତ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଆଜି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ସେ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ ଏବିଡିଓ ବିଭୁତିଭୂଷଣ ଶତପଥୀ, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତକରିଥିଲେ | ତଦନ୍ତ ରିପୋର୍ଟ ଆଧାରରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ଏନେଇ ଦେବାନ୍ଦଙ୍କ ମାନସିକ ସ୍ଥିତି ଭଲ ନଥିଲା। ଏହି କାରଣରୁ ଦେବାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।






More Stories
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..