ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କର ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସକାଳ ପ୍ରାୟ ୩ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ ଏକ ଗୌରବମୟ ଶତାବ୍ଦୀ ଏବେ ଈଶ୍ୱରଙ୍କ ପାଦ ତଳେ ସମର୍ପିତ ହୋଇଛି। ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ମା’ ଏକ କର୍ମ ତତ୍ପର, ନିଃସ୍ୱାର୍ଥପର, କର୍ମଯୋଗୀ ଏବଂ ମୂଲ୍ୟବୋଧ ପାଇଁ ଉତ୍ସର୍ଗୀକୃତ ଜୀବନର ପ୍ରତୀକ ଅଟନ୍ତି। ୧୦୦ ତମ ଜନ୍ମଦିନରେ ତାଙ୍କ ମା’ ସହିତ ହୋଇଥିବା ସାକ୍ଷାତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କୁ ସବୁବେଳେ ଏକ ଶୁଦ୍ଧ ଜୀବନଯାପନ କରିବାକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ଅହମଦାବାଦରେ ପହଂଚିଛନ୍ତି ମା’ଙ୍କୁ ଅନ୍ତିମ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ନିଜ କାନ୍ଧରେ ବୋହିଛନ୍ତି। ମା’ଙ୍କ କୋକେଇକୁ ମୋଦି କାନ୍ଧ ଦେବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….