ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭରତୀୟ ଅନ୍ତର୍ଜାତୀୟ କ୍ରିକେଟ ଟିମ୍ର ତାରକା ଖେଳାଳୀ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି | ସେ ଯାତ୍ରାକରୁଥିବା କାର୍ ଡିଭାଇଡର୍ରେ ପିଟିହୋଇ ସମ୍ପୂର୍ଣ୍ଣ ଜଳିଯାଇଛି | ତାଙ୍କର ଗୋଡ ସହ ଶରୀରର ବିଭିନ୍ନସ୍ଥାନ ଋଷଭଙ୍କ ଗୁରୁତର ଆଘାତ ହୋଇଥିବା ସୂଚନା ମିଳିଛି । କାର୍ଟି ଦୁର୍ଘଟଣାପରେ ସମ୍ପୂର୍ଣ୍ଣ ଜଳିଯାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବରପ୍ରକାଶିତ ହୋଇଛି ।ରୁଡୁକି ଫେରିବା ସମୟରେ ରୁଡୁକି ଗୁରୁକୂଳ ନାରସନ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କର ସୂଚନା ଅନୁସାରେ ତାଙ୍କର ଶରୀରରେ ଗୁରୁତର ଆଘାତ ଲାଗିଛି । ବିଭିନ୍ନ ସ୍ଥାନର ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି । ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..