Report Card Odisha

| Daily Odia News

ଟ୍ରେନରେ ନିଆଁଲାଗି ଜଳିଗଲା ୮ରୁ ୧୦ ବଗି…

ରିପୋର୍ଟ କାର୍ଡ / ଭଦ୍ରକ

ଏକ ମାଲବାହି ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଭଦ୍ରକ କେନ୍ଦୁଆପଦା ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ କୌଣସି ବଶତଃ ନିଆଁ ଲାଗିଯାଇଥିଲା | ଫଳରେ ଟ୍ରେନର ବଗିରେ ପୋଡି ଜଳି ପାଉଁସ ହୋଇଯାଇଚି। ତେବେ ନିଆଁକୁ ଆୟତ କରିବା ପାଇଁ ସେଠାରେ ଦମକଳବାହିନି ନିୟୋଜିତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି । ଫଳରେ ୮ ରୁ ୧୦ ବଗି ହୁହୁ ହୋଇ ଯଳୁଥିବା ଜଣାପଡିଛି । ତେବେ ଏହି ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ସେଠାରେ ନିଯୋଜିତ ଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ଏନେଇ ତଦନ୍ତ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

Breaking News