ରିପୋର୍ଟ କାର୍ଡ / ଭୁବନେଶ୍ଵର
ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୭ ତାରିଖରୁ ରାଉରକେଲାକୁ ଦୈନିକ ବିମାନ ସେବା ଆରମ୍ଭ ହେବ । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଲାକୁ ପ୍ରଥମ ବିମାନ ଉଡାଣ ହେବ। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି | ଏହି ସେବା ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ଣ ୨.୫୫ ମିନିଟ୍ରେ ବିମାନ ଉଡାଣ ଆରମ୍ଭ କରିବ ଏବଂ ଅପରାହ୍ଣ ୩.୫୦ରେ ରାଉରକେଲାରେ ଅବତରଣ କରିବ । ସେହିପରି ରାଉରକେଲାରୁ ଅପରାହ୍ଣ ୪.୧୦ରେ ଉଡାଣ କରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..