ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାତିପାହିଲେ ନୂଆ ବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଗାଁଠୁ ସହର ଉତ୍ସବ ମୁଖର | କିନ୍ତୁ ଭୁବନେଶ୍ୱରରେ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସଭିଏଁ ଜିରୋ ନାଇଟ୍ ସେଲିବ୍ରେସନକୁ ଅପେକ୍ଷା କରିଥିବା ବେଳେ କଟକଣା ଲଗାଇଛି କମିଶନରେଟ୍ ପୋଲିସ | ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରରେ କିପରି ନରାପତା ଭାବରେ ପାଳନ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ଦେଇ ସଚେତନ କରିଛନ୍ତି। ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ। ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ। ୫୦ କିମିରୁ ଅଧିକ ବେଗରେ ଗାଡ଼ି ଚଲାନ୍ତୁ ନାହିଁ। ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ। ଡିସିପି ଆହୁରି କହିଛନ୍ତି, ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କରାଯିବ। ନୋ ପାର୍କିଂ ଜୋନ୍ରେ ଗାଡ଼ି ରଖନ୍ତୁ ନାହିଁ। କେହି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..