Report Card Odisha

| Daily Odia News

୪୧୮୩ କୋଟି ଟଙ୍କାର ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ୪୧୮୩ କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ୧.୬୭ଲକ୍ଷ କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପ ପାଇଁ ହାଇଲେଭଲ କ୍ଲିଅରାନ୍ସ ପ୍ରାଧିକରଣକୁ ସୁପାରିଶ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ୧୨୪ତମ ବୈଠକ ଅନୁଷ୍ଠିତ ହୋଇଥିଲା।  ବୈଠକରେ ମୋଟ ୯ଟି କ୍ଷେତ୍ରର ୪୧୮୩କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ରାଜ୍ୟରେ ୧୨୯୭୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬ଟି ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହେବାକୁ ଥିବାବେଳେ ୩ଟି ପୁରୀ, ୨ଟି କୋରାପୁଟ ଓ ଗୋଟିଏ ଲେଖାଏଁ ଧାମରା, କଟକ, ଭଦ୍ରକ, ମୟୂରଭଞ୍ଜ ଓ ଅନୁଗୁଳରେ ସ୍ଥାପନ ହେବ। ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ପରିଧାନ, ଟେକନିକାଲ ଟେକ୍ସଟାଇଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ, ପଲିମର ଓ ପ୍ଲାଷ୍ଟିକ ପ୍ରଡକ୍ଟ, ପ୍ଲାଷ୍ଟିକ, ୱେଷ୍ଟ ମ୍ୟାନେଜମେଂଟ, ସର୍କୁଲାର ଇକୋନୋମି, କେମିକାଲ, ଟୁରିଜିମ୍ ଓ ସିମେଂଟ କ୍ଷେତ୍ରରେ ଏହି ନିବେଶ ହେବ। ଯେଉଁ ସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ସେଥିରେ ଗ୍ରୀନପ୍ଲାଏ ସ୍ପେଶାଲିଷ୍ଟ ପ୍ୟାନେଲସ ପ୍ରାଃ ଲିଃ ୬୦୬କୋଟି ଟଙ୍କାର ନିବେଶ କୋରାପୁଟର ସେମିଳିଗୁଡ଼ାରେ ୨ଟି ପ୍ରକଳ୍ପ କରିବ । ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ କରିବ ଓ ଏଥିରେ ୧୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବରୁଣ ବେଭେରେଜ୍ ଲିଃ ୬୨୪.୩୦ କୋଟି ଟଙ୍କାର ନିବେଶ କରି ୨୨୦ଜଣଙ୍କୁ ନିଯୁକ୍ତି ଦେଇ ଖୋର୍ଦ୍ଧାର ମଳିପଡ଼ାରେ ଫୁଡ୍ ପ୍ରୋସିସିଂ ପ୍ରକଳ୍ପ କରିବ।

Breaking News