Report Card Odisha

| Daily Odia News

ମହିଳା ଡାକ୍ତରଙ୍କ ମୃତ ଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / କେନ୍ଦୁଝର

ନିଜ ସରକାରୀ ବାସଭବନରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତରଜଣକ ୨୫ ବର୍ଷୀୟ ଶୁଭଶ୍ରୀ କର । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସରକାରଙ୍କ ନିରାମୟ ଯୋଜନାରେ ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ରବିବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍‌ ସମୟରେ ଯାଇନଥିଲେ। ଏହାପରେ ସନ୍ଦେହ ହେବାରୁ ସନ୍ଧ୍ୟା ସମୟରେ ତାଙ୍କ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ। ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଖଟ ଉପରେ ପଡିଥିବା ପାଇଥିଲା। ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ ହୋଇଥିବା ବେଳେ ଖବର ପାଇ ତାଙ୍କ ପରିବାର ଲୋକେ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି।

Breaking News