Report Card Odisha

| Daily Odia News

ଶେଷରାଣୀ ରମା କୁମାରୀ ଦେବୀଙ୍କ ପରଲୋକ…..

ରିପୋର୍ଟ କାର୍ଡ / ଜୟପୁର

ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ଗତକାଲି ମଧ୍ୟରାତ୍ରିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ଜୟୁପରସ୍ଥିତ ମୋତି ମହଲରେ ରାଣୀଙ୍କ ଦେହାନ୍ତ ହୋଇଛି । ରାଣୀଙ୍କ ମୃତ୍ୟୁ ଖବର ପାଇ ଜୟପୁର ରାଜପ୍ରସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେବାରେ ଲାଗିଛି । ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ । ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ ।

Breaking News