Report Card Odisha

| Daily Odia News

ଦେଶରେ ବେକାରୀ ସମସ୍ୟା ବୃଦ୍ଧି,ଓଡ଼ିଶାରେ ସର୍ବନିମ୍ନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶର ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇ ପାରୁଛି । କେବଳ ଏତିକି ନୁହେଁ ଶିକ୍ଷା, କ୍ରୀଡା,ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଓଡିଶାକୁ ବିକାଶର ପଥରେ ଆଗେଇ ନେବାରେ ସୁପ୍ରିମୋଙ୍କର ପ୍ରଚେଷ୍ଟା କହିଲେ ମଧ୍ୟ ସରିବ ନାହିଁ । ବିକାଶର ସୋତ୍ରରେ ମହିଳାମାନଙ୍କୁ ଯୁବାମାନଙ୍କୁ ଯୋଡିବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ଏବଂ ମୂଳ ଲକ୍ଷ୍ୟ । ସେଣ୍ଟରଫର ମନିଟରିଂ ଇଣ୍ଡିଆନ ଇକୋନୋମିର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଡିସେମ୍ବର ମାସରେ ଦେଶରେ ବେକାରୀ ସମସ୍ୟା ହାର ୮.୩ ପ୍ରତିଶତ ରହିଥିବା ବେଳେ, ଓଡିଶାରେ ଏହାର ମାତ୍ରା ୦.୯ ପ୍ରତିଶତ ରହିଛି । କେବଳ ଏତିକି ନୁହେଁ ସାରା ଦେଶର ସର୍ବ ନିମ୍ନ ବେକାରୀ ହାର ଓଡିଶାରେ ରହିଛି । ଯେଉଁଠାରେ ଦେଶରେ ଏହି ସବୁ ସମସ୍ୟା ବୃଦ୍ଧି ଘଟୁଛି କିନ୍ତୁ ନବୀନ ଶାସନରେ ଓଡିଶାରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଯେଉଁଭଳି ଭାବେ ଗତ ମାର୍ଚ୍ଚ ମାସରେ ଓଡିଶାରେ ବେକାରୀ ହାର ସର୍ବନିମ୍ନ ରହିଥିଲା ଡିସେମ୍ବର ମାସରେ ମଧ୍ୟ ସେହି ଭଳି ସବୁ ଠାରୁ କମ ରହିଛି ।

Breaking News