ରିପୋର୍ଟ କାର୍ଡ / ନୂଆଦିଲ୍ଲ
୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାମ ଶେଷ ହେବେ | ଆୟୋଜିତ ଏକ ଜନସଭାକୁ ଉଦ୍ବୋଧନ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସ୍ବାଧୀନତା ପରଠାରୁ କଂଗ୍ରେସ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ଟାଳଟୁଳ ନୀତି ଗ୍ରହଣ କରି ଆସୁଥିଲା। ତେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ରାମମନ୍ଦିର ନିର୍ମାଣ କାମ ବର୍ତ୍ତମାନ ଜୋରସୋର୍ରେ ଆଗେଇ ଚାଲିଛି ଏବଂ ୨୦୨୪ ଜାନୁଆରୀ ୧ ସୁଦ୍ଧା କାମ ଶେଷ ହେବ। ସେହିପରି ବିଜେପି ସରକାର ତ୍ରିପୁରାରେ ଆତଙ୍କବାଦର ମୂଳୋତ୍ପାଟନ ସହ ରାଜ୍ୟର ସାମଗ୍ରିକ ବିକାଶ କରିଥିବା ଶାହା ମତ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ତ୍ରିପୁରାବାସୀଙ୍କ ସ୍ନେହ ଓ ବିଶ୍ବାସ ରହିଥିବାରୁ ପୁନର୍ବାର ଏଠାରେ ବିଜେପି ସରକାର ଗଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।






More Stories
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି….
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
୧୦ ପରେ ବଢିବ ତାତି…..