ରିପୋର୍ଟ କାର୍ଡ / ରାୟଗଡ଼ା
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ କିଶୋରଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଶ୍ରୀ ନାୟକ ରାୟଗଡ଼ା ସ୍ଥିତ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ଅଟକାଇଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା । ଏକ କଳା ବ୍ୟାଗରେ ଏହି ଟଙ୍କା ରଖିଥିଲେ। ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କାହିଁକି ଏହାର ଆବଶ୍ୟକତା ପଡ଼ିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚାରିଥିଲେ। କିନ୍ତୁ ଶ୍ରୀ ନାୟକ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଜିଲାନ୍ସ ଅଧିକାରୀମାନେ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି କିଶୋରଚନ୍ଦ୍ର ନାୟକଙ୍କୁ ଗିରଫ କରିଛନ୍ତି।






More Stories
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..
ଆଜି ହେଉଛି ପଣା ସଂକ୍ରାନ୍ତି,ଓଡ଼ିଆ ନବବର୍ଷ……
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….