Report Card Odisha

| Daily Odia News

ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୧୦ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ମୁମ୍ବଇ ଠାରୁ ପ୍ରାୟ ୧୮୦ କିଲୋମିଟର ଦୂର ନାସିକ-ଶିରଡି ରାଜପଥରେ ଘଟିଛି। ଏକ ଦ୍ରୁତ ଗତିରେ ଥିବା ବସ୍‌‌ଟି ଟ୍ରକ ସହ ଧକ୍କା ହେବାରୁ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାସିକ-ଶିରଡି ରାଜପଥରେ ହୋଇଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛି। ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଅଧିକାରୀଙ୍କୁ ସମ୍ପୃକ୍ତ ଘଟଣାର ସଠିକ୍‌‌ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଏହି ଦୁର୍ଘଟଣା ସକାଳ ୭ଟାରେ ଘଟିଛି। ଉକ୍ତ ଯାତ୍ରୀବାହୀ ବସ୍‌‌ଟି ଠାଣେ ଜିଲାର ଅମ୍ବରନାଥରୁ ଶିରଡି ଅଭିମୁଖେ ଯାଉଥିଲା। ଏହି ସମୟରେ ନାସିକର ସିନ୍ନାର ତହସିଲ ଅନ୍ତର୍ଗତ ପଥାରେ ନିକଟରେ ଟ୍ରକ ସହ ଧକ୍କା ହୋଇଥିଲା। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୭ ଜଣ ମହିଳା,୨ ଶିଶୁ ଓ ଜଣେ ପୁୁରୁଷ ଅଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସିନ୍ନାର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

 

 

Breaking News