ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ପୂର୍ବତନ ମହିଳା ସାଂସଦ ମୁରସ ନାବିଜାଦାଙ୍କୁ ଗୁଳିକରି ହତ୍ୟା କରାଯାଇଛି | ତାଙ୍କର ଜଣେ ବଡିଗାର୍ଡଙ୍କୁ ମଧ୍ୟ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଥିବା ଜଣାପଡିଛି । ନାବିଜାଦା କାବୁଲ ସ୍ଥିତି ତାଙ୍କ ବାସଭବନରେ ଥିବା ବେଳେ ଏପରି ଘଟଣା ଘଟିଛି। ପୋଲିସ ଏବେ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ୨୦୨୧ ଅଗଷ୍ଟରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା। ଏହାପରେ ଅନେକ ମହିଳା ସାଂସଦ ଭୟରେ ଦେଶ ଛାଡ଼ି ଦେଇଥିଲେ। ଆଫଗାନରେ ସାହାସ ଦେଖାଇ ରହିଥିବା କିଛି ମହିଳା ସାଂସଦଙ୍କ ମଧ୍ୟରେ ନାବିଜାଦା ରହିଥିଲେ। କିନ୍ତୁ ସେ ହତ୍ୟାର ଶିକାର ହୋଇଛନ୍ତି। ତାଲିବାନ କ୍ଷମତା ଦଖଲ କରିବା ପରେ ପୂର୍ବରୁ ସରକାରରେ ଥିବା କୌଣସି ସାଂସଦ ବା ଅଧିକାରୀଙ୍କୁ ହତ୍ୟା କରାଯାଇଛି।





More Stories
ରାୟଗଡା ସିଜିମାଳିକୁ ସଂଯୋଗ ହେବ ରେଳଲାଇନ୍…..
ଟିଏମ୍ସି-ବିଜେପି ମୁହାଁମୁହିଁ , ୯ ଗିରଫ…..
ପହଲଗାମ୍ ହମ୍ଲାକୁ ବର୍ଷେ:ଭାରତ କେବେ ବି ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ……