Report Card Odisha

| Daily Odia News

ରେସଲରଙ୍କ ନାଁରେ ଏଫଆଇଆର କରିବ କୁସ୍ତି ମହାସଂଘ!….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଷ୍ଟାର ରେସଲରଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ। ଯୌନ ନିର୍ଯାତନା, ଆର୍ଥିକ ହେରଫେର ଓ ଅନ୍ୟାନ୍ୟ ଅଭିଯୋଗ ଆଣି କୁସ୍ତି ମହାସଂଘ ବିରୋଧରେ ଆନ୍ଦୋଳନ କରୁଥିବା ରେସଲର ମାନେ | ସେମାନେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଜାନୁଆରୀ ୧୮ରୁ ବିକ୍ଷୋଭ କରୁଥିବା ବେଳେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରୁଛନ୍ତି। ତେବେ ବିକ୍ଷୋଭ କରୁଥିବା ରେସଲରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୁସ୍ତି ମହାସଂଘ ଯୋଜନା କରୁଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ବିକ୍ଷୋଭ କରୁଥିବା ଆଥଲେଟମାନେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ରେସଲରମାନଙ୍କ ମଧ୍ୟରେ ଭୁଲ ତଥ୍ୟର ପ୍ରଚାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ରେସଲରମାନଙ୍କୁ ବିକ୍ଷୋଭକାରୀମାନେ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିବା ସୂଚନା ଦେଇଥିଲେ। ଜାନୁଆରୀ ୨୦ରୁ ୨୩ ଯାଏ ସିନିୟର ନ୍ୟାଶନାଲ ରାଙ୍କିଙ୍ଗ ଚାମ୍ପିୟନଶିପ୍‌ ଗୋଣ୍ତାରେ ଆୟୋଜନ ହେବାର ଥିଲା। ଏ ସମ୍ପର୍କରେ ବିକ୍ଷୋଭକାରୀମାନେ ଭୁଲ ତଥ୍ୟର ପ୍ରଚାର କରିଥିବାରୁ ସେମାନଙ୍କ ବିରୋଧରେ କୁସ୍ତି ମହାସଂଘ ଏଫଆଇଆର ରୁଜୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପଟେ ରେସଲର କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏସବୁ ଭିତରେ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି

Breaking News