ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିବସେନାର ଦଳୀୟ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ନିର୍ବାଚନ କମିଶନ ଉଭୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଜବାବ ତଲବ କରିଛନ୍ତି। ଉଭୟଙ୍କୁ ଜାନୁଆରୀ ୨୩ ସୁଦ୍ଧା ଲିଖିତ ଭାବେ ନିଜର ପକ୍ଷ ରଖିବାକୁ ଇସି କହିଛନ୍ତି। ଉଦ୍ଧବ ଠାକରେଙ୍କ ବାପା ବାଲା ସାହେବ ଠାକରେ ଶିବସେନାର ପ୍ରତିଷ୍ଠା କରିଥିଲେ। ଦଳର ପାରମ୍ପରିକ ଚିହ୍ନ ହେଉଛି ଧନୁ ଓ ତୀର। କିନ୍ତୁ ଉଦ୍ଧବ ଠାକରେ ଓ ସିନ୍ଦେ ଅଲଗା ହେବା ପରେ ଏହି ଚିହ୍ନକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଉଭୟ ନିଜକୁ ବାଲା ସାହେବଙ୍କ ଆନୁଗତ୍ୟ ବୋଲି କହିବା ସହ ଶିବସେନାର ଦଳୀୟ ଚିହ୍ନ ନେବାକୁ ଦାବି କରୁଛନ୍ତି। ଏପରି ସ୍ଥିତିରେ ପୂରା ମାମଲା ଇସିଙ୍କ ପାଖରେ ପହଞ୍ଚିଛି। ଇସି ସାମୟିକ ଭାବେ ବିବାଦକୁ ଟାଳିବା ସହ ଉଭୟ ଗୋଷ୍ଠୀଙ୍କ ଭିନ୍ନଭିନ୍ନ ଚିହ୍ନ ଦେଇଥିଲେ। ହେଲେ ଏବେ ଚୂଡ଼ାନ୍ତ ଫୈସଲା ନେବା ପୂର୍ବରୁ କମିଶନ ଉଭୟ ପକ୍ଷଙ୍କୁ ଜବାବ ମାଗିଛନ୍ତି। ଉଦ୍ଧବ ଓ ସିନ୍ଦେ ଶିବସେନାର ଦଳୀୟ ଚିହ୍ନ ଉପରେ ହକ ଚାହୁଁଛନ୍ତି। କିନ୍ତୁ ଇସି ପ୍ରଥମେ ଶିବସେନାର ଅଧିକାଂଶ ନେତା କେଉଁ ଗୋଷ୍ଠୀ ସହ ଅଛନ୍ତି, ତା’ର ତର୍ଜମା କରିବେ। ଉଭୟ ସାଂଗଠନିକ ଓ ବିଧାନସଭାର ସ୍ଥିତି ଆକଳନ କରାଯିବ। ଏହାପରେ ଇସି ଚୂଡ଼ାନ୍ତ ରାୟ ଦେବେ ବୋଲି ଜଣାପଡ଼ିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……