ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କୁସ୍ତି ମହାସଂଘ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଳୟ। କୁସ୍ତି ମହାସଂଘ ଓ ଏହାର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ ଦେଶର ଷ୍ଟାର ରେସଲରମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ ୭ ଜଣିଆ କମିଟି ଗଠନ କରିଛି। ତଦନ୍ତ କମିଟି ଗଠନ ହେବା ପରେ ରେସଲରମାନେ ଆନ୍ଦୋଳନରୁ ଓହରିଛନ୍ତି। କ୍ରୀଡ଼ା ମନ୍ତ୍ରଣାଳୟ ନୋଟିସର ଉତ୍ତର ରଖିଲା ଭାରତୀୟ କୁସ୍ତି ମହାସଂଘ। ସଭାପତି ବ୍ରିଜଭୂଷଣଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲା ସଂଘ। ନିର୍ବାଚିତ ସଦସ୍ୟଙ୍କ ଦ୍ବାରା ମହାସଂଘ ଚାଲିଛି। ଅନିୟମିତା ହୋଇନି। ସଭାପତିଙ୍କ ସମେତ ସମସ୍ତେ ନୀତି ନିୟମରେ କାମ କରୁଛନ୍ତି। ଏସବୁ ଭିତରେ ଆଜି କୁସ୍ତି ମହାସଂଘ ପକ୍ଷରୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖି ସଫେଇ ଦିଆଯାଇଛି। ଏଥିରେ ସଂଘ କହିଛି ଯେ ରେସଲରମାନେ ଆଣିଥିବା ଅଭିଯୋଗକୁ ଗୁରୁତ୍ୱର ସହ କେହି ନିଅନ୍ତୁ ନାହିଁ। କାରଣ ସେମାନେ ବ୍ୟକ୍ତିଗତ ସ୍ୱାର୍ଥ, ପୂର୍ବାଗ୍ରହ ଓ ବ୍ୟାପକ ଷଡ଼ଯନ୍ତ୍ର କରିଛନ୍ତି। କେବଳ ସଂଘ ଓ ଏହାର ସଭାପତିଙ୍କୁ ଫସାଇବା ପାଇଁ ବିକ୍ଷୋଭକାରୀ ଏପରି ନାଟକ କରୁଥିବା ଚିଠିରେ ଦାବି କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁସ୍ତି ମହାସଂଘ ରେସଲରମାନେ ବର୍ତ୍ତମାନ କରୁଥିବା ବିକ୍ଷୋଭର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ୨୦୨୩ରେ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ହେବ। ଠିକ ଏହି ସମୟରେ ହିଁ ସେମାନେ ବିକ୍ଷୋଭ କରୁଛନ୍ତି। ତେଣୁ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ମଧ୍ୟ ବୁଝିବାକୁ ପଡ଼ିବ। ଡବ୍ଲ୍ୟୁଏଫ ଆଇ ବିବାଦ ସମାଧାନ ନେଇ ଆଜି ତଦନ୍ତ କମିଟି ଗଠନ କରିବ କ୍ରୀଡ଼ା ମନ୍ତ୍ରାଳୟ। କମିଟିରେ କେତେ ଜଣ ଓ କେଉଁମାନେ ରହିବେ ଆଜି ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି।






More Stories
ଜିତିଲେ ପ୍ରଶାନ୍ତ କିଶୋର…..
ବିମାନ ଦୁର୍ଘଟଣା;୧୩ ମୃତ…..
ବିକ୍ଷୋଭକାରୀଙ୍କ ଉପରୁ ମାମଲା ହଟାଇବାକୁ ଦାବି କଲେ ଅଭିଜିତ୍…..