ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟାରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ଜରୁରୀ କାର୍ଯ୍ୟକାରଣୀ ବୈଠକ ରଦ୍ଦ ହୋଇଛି। ଆଜି ଏହି ବୈଠକକୁ ଡବ୍ଲୁଏଫ୍ଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହ ଡାକିଥିଲେ। ହଠାତ୍ ଏହି ବୈଠକୁ ଆସନ୍ତା ୪ ସପ୍ତାହ ପାଇଁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଜେପିର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ସଭାପତି ପଦରେ ରହିବେ ନା ଇସ୍ତଫା ଦେବେ ତାହା ଆଜି ସ୍ପଷ୍ଟ ହୋଇଥାନ୍ତା। କାରଣ ଆଜି କୁସ୍ତି ମହାସଂଘ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଆଗରେ ବ୍ରିଜଭୂଷଣ ନିଜ ପକ୍ଷ ରଖିଥାନ୍ତେ। ତେବେ ଏହାପୂର୍ବରୁ ବୈଠକକୁ ରଦ୍ଦ କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଭାରତୀୟ ଷ୍ଟାର୍ ରେସ୍ଲର୍ ଭିନେଶ ଫୋଗଟଙ୍କ ସମେତ ଅନେକ ରେସଲର୍ ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ମିଠୁ ଅଭିଯୋଗ ଆଣିଥିଲେ। ସେ ରେସଲର୍ଙ୍କୁ ଯୌନ ନିର୍ଯାତନ ଦେଉଥିବା ଅଭିଯୋଗ କରି ନ୍ୟାୟ ଦାବିରେ ସେମାନେ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..