Report Card Odisha

| Daily Odia News

ସୁଟକେସ୍‌ ରୁ ମୃତ ଦେହ ମିଳିବା ଘଟଣାରେ ୨ ଙ୍କୁ ପଚରା ଉଚରା…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେବା ମାମଲାରେ ୨ ସନ୍ଧିଗ୍ଧଙ୍କୁ ପୋଲିସ ଆଣି ପଚାର ଉଚରା କରୁଛି | ଖୋର୍ଦ୍ଧା ଆରକ୍ଷୀ ଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସ୍ଡ଼ିପିଓଙ୍କ ତତ୍ଵାବଧାନରେ ୨ ଟି ଟିମ ଗଠନ କରାଯାଇ ହତ୍ୟାକାରୀ କୁ ଧରିବାପାଇଁ ଉଦ୍ୟମ କରୁଛି | ଉଲ୍ଲେଖ ଯୋଗ୍ୟ- ଯୁବକଙ୍କୁ ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଦେଛନ୍ତି ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଖୌର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ। ହରିପୁର ଫରେଷ୍ଟ ଜଙ୍ଗଲରୁ ଏହି ସୁଟକେସ୍ ମିଳିଛି। ଘଟଣା ବିଷୟରେ ଖବର ପାଇ ନାଚୁଣୀ ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ରବିବାର ହରିପୁର ଜଙ୍ଗଲରେ ଏକ ସୁଟକେସ୍ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଖବର ନାଚୁଣୀ ଥାନାକୁ ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେସ୍‌କୁ ଜବତ କରିଥିଲା। ଏହାପରେ ସୁଟକେସ୍‌କୁ ଯାଞ୍ଚ ବେଳେ ଏଥିରେ ଏକ ମୃତଦେହ କମିଳିଥିଲା । ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କୁ କେହି ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇଥିଲେ |

 

Breaking News