Report Card Odisha

| Daily Odia News

ନୂଆ ନାମରେ ନାମିତ ହେଲା ୨୧ ଦ୍ୱୀପପୁଞ୍ଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପରାକ୍ରମ ଦିବସ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଡାମାନ ଏବଂ ନିକୋବରର ୨୧ଟି ଦ୍ୱୀପପୁଞ୍ଜର ନାମ କରଣ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଉତ୍ସର୍ଗୀକୃତ ଦ୍ୱୀପରେ ନିର୍ମିତ ସ୍ମୃତିର ମଡେଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଦ୍ୱୀପପୁଞ୍ଜ ଗୁଡ଼ିକର ନାମ ମେଜର ସୋମନାଥ ଶର୍ମା, ସୁବେଦାର ଏବଂ କରିମ ସିଂ, ଲେଫ୍ଟ ରାମା ରାଗୋବା ରାଣେ, ନାୟକ ଜଡୁନାଥ ସିଂ, ମେଜର ସୈତାନ ସିଂ, କମ୍ପାନୀ କ୍ୱାର୍ଟରମାଷ୍ଟର ହାଭିଲଦାର ଅବଦୁଲ ହମିଦ, ଲେଫ୍ଟ କୋଲ ଆର୍ଡେଶିର ବୁର୍ଜୋରଜୀ ତାରାପୋର, ଲାନ୍ସ ନାଏକ ଆଲବର୍ଟ ଏକକା , ମେଜର ହୋଶିଆର ସିଂ, ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲ, ଫ୍ଲାଇଙ୍ଗ ଅଫିସର ନିର୍ମଲଜିତ ସିଂ ସେଖନ୍, ମେଜର ରାମସ୍ୱାମୀ ପରମେଶ୍ୱରନ୍, ନୟବ ସୁବେଦାର ବାନା ସିଂ, କ୍ୟାପଟେନ ବିକ୍ରମ ବଟ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଞ୍ଜୟ କୁମାର ଏବଂ ସୁବେଦାର ମେଜର ଯୋଗେନ୍ଦ୍ର ସିଂ ଯାଦବ (ରେଟ୍) ବିୟର ଚକ୍ର ବିଜେତାମାନଙ୍କ ନାମରେ ନାମିତ କରାଯାଇଛି । ପୂର୍ବରୁ ଦ୍ୱୀପପୁଞ୍ଜ ଗୁଡ଼ିକୁ ନାମକରଣ କରିବା ନେଇ ଘୋଷଣା ହୋଇଥିଲା । ଆଜି ସୁଭାଷ ବୋଷଙ୍କ ଜୟନ୍ତି ଓ ପରାକ୍ରମ ଦିବସ ଅବସରରେ ଦ୍ୱୀପପୁଞ୍ଜ ଗୁଡ଼ିକୁ ନାମକରଣ କରାଯାଇଛି ।

Breaking News