ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମିକା ବାହା ହେବାକୁ ମନା କରିବାରୁ ରାଗରେ ପ୍ରେମିକ ଘରୁ ଘୋଷାଡି ଆଣି ବାରମ୍ବାର ଛୁରାମାଡ କରିଛି । ଏଭଳି କିଛି ବିଦାରକ ଘଟଣା ଘଟିଛି ଝାଡଖଣ୍ଡର ଦୁମକାରେ। ଶନିବାର ସନ୍ଧ୍ୟାରେ ଦୁମକାର କାଠିକୁଣ୍ଡ ଅଞ୍ଚଳର ବାଘାଶୋଲ ଗାଁରେ ଅଭିଯୁକ୍ତ ଜଣକ ଏପରି କାଣ୍ଡ ଘଟାଇଛି। ପୋଲିସ ସୂଚନା ମୁତାବକ, ଯୁବତୀ ଜଣକ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ମା’ ଘରେ ରହୁଥିଲେ। ଏହି ସମୟରେ ପଡୋଶୀ ଘରର ଯୁବକ ଫୁଲେଶ୍ୱର ମଣ୍ଡଳଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ତେବେ ବେଶ୍ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। କୁହାଯାଉଛି ଯେ, ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା। କିନ୍ତୁ ଯୁବତୀ ଜଣକ ଏଥିପାଇଁ ବାରମ୍ବାର ମନା କରି ଆସୁଥିଲେ। ଏହାରି ଭିତରେ ଯୁବତୀ ଜଣକ ଅଭିଯୁକ୍ତ ଫୁଲେଶ୍ୱର ସହ କଥା ହେବା ମଧ୍ୟ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଯୁବକ ଜଣକ ରାଗି ଯାଇଥିଲା। ଏହାପରେ ଶନିବାର ସେ ଯୁବତୀଙ୍କୁ ତାଙ୍କ ଘରୁ ୨୦୦ ମିଟର ଯାଏଁ ଘୋଷଡି ଆଣି ଏକ ଶୂନଶାନ ସ୍ଥାନରେ ନିର୍ମମ ଭାବେ ମାଡ ମାରିବା ସହ ବାରମ୍ବାର ଛୁରାମାଡ କରିଥିଲା। ଏଥିରେ ଯୁବତୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାପରେ ଅଭିଯୁକ୍ତ ଓ ତାଙ୍କ ସାଥୀ ଫେରାର ଥିବା ଜଣାପଡିଛି। ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..