Report Card Odisha

| Daily Odia News

କଂଗ୍ରେସ ଡିଏନ୍‌ରେ ହିଁ ପାକିସ୍ତାନ ରହିଛି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲଓ୍ୱାମା ଆକ୍ରମଣ ଉପେର ଦେଇଥିବା ବିବୃତ୍ତିକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଦିଗ୍‌ବିଜୟ ସିଂହଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। କଂଗ୍ରେସ ଡିଏନ୍‌ଏରେ ହିଁ ପାକିସ୍ତାନ ରହିଛି। କେତେବେଳେ ସର୍ଜିକାଲ ଷ୍ଟ୍ରଇକ୍‌କୁ ନେଇ ପ୍ରମାଣ ମାଗୁଛନ୍ତି ତ ଆଉ କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ୱ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି |କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି ଶିବରାଜ ସିଂହ ଆହୁରି କହିଛନ୍ତି, ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦିଗବିଜୟ ସିଂହ ଚାଲୁଛନ୍ତି। ଆଉ ଏତିକି ବେଳେ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମଧ୍ୟ ମାଗୁଛନ୍ତି। ଏଭଳି ପ୍ରଶ୍ନ କରି ସେନାର ମନୋବଳକୁ ହ୍ରାସ କରିବା ଭଳି ସେ ପାପ କରୁଛନ୍ତି। ସେ ପାକିସ୍ତାନ ସହ ଠିଆ ହୋଇଥିବା ଦେଖାଉଛନ୍ତି। ଏହା କେମିତିକା ଭାରତ ଯୋଡୋ ଯାତ୍ରା ବୋଲି ଶିବରାଜ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି। ଦିଗବିଜୟ ସିଂହଙ୍କ ଶାସନ ବେଳେ ମଧ୍ୟପ୍ରଦେଶ ସିମିଙ୍କ ଗଡ଼ ଥିଲା ବୋଲି ସେ କହିଛନ୍ତି।

Breaking News