ରିପୋର୍ଟ କାର୍ଡ / କଟକ
କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ଡିସେମ୍ବର ୩୦ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ୪ ହଜାର ୭୯୦ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ କହିଛନ୍ତି। ଓଡ଼ିଶା ପୋଲିସ ଅର୍ଡର, ୨୦୨୧ର ଅର୍ଡର-୧୭ ଦ୍ବାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥରକ ପାଇଁ ବୟସସୀମା ୪ ବର୍ଷ କୋହଳ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ନିଯୁକ୍ତି ବିଜ୍ଞପ୍ତିକୁ ବାତିଲ କରାଯିବାର ଆବଶ୍ୟକତା ନାହିଁ। ୨୦୨୩ ଜାନୁଆରି ୩୦ ସୁଦ୍ଧା ସର୍ବୋଚ୍ଚ ବୟସସୀମା ୪ ବର୍ଷ କୋହଳ ସଂପର୍କିତ ଅତିରିକ୍ତ ବିଜ୍ଞପ୍ତି ଏସଏସବି ତରଫରୁ ପ୍ରକାଶ କରାଯିବ। ବୟସସୀମା କୋହଳ ପରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ ଫେବ୍ରୁଆରି ୧୦ ସୁଦ୍ଧା ଦରଖାସ୍ତ ଫର୍ମ ଦାଖଲ କରି ପାରିବେ ବୋଲି ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯିବ। ଏଥିସହିତ ନିଯୁକ୍ତି ପରୀକ୍ଷା ପାଇଁ ଏକ ଉପଯୁକ୍ତ ସାନି ତାରିଖ ଧାର୍ଯ୍ୟ କରାଯିବ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..