Report Card Odisha

| Daily Odia News

ଓଏସଆରଟିସି ବସ୍‌ ଲିଜ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଏସଆରଟିସି ବସ୍‌ର ସ୍ଥିତି ସୁଧାରିବା ପାଇଁ ନିଆଯିବ ପଦକ୍ଷେପ। ନୂଆ ଢାଞ୍ଚାରେ ଓଏସଆରଟିସି ବସ୍ ପରିଚାଳିତ ହେବ। ଏଥିପାଇଁ ବସ୍‌ଗୁଡିକୁ ଲିଜରେ ଦେବାକୁ ପଦକ୍ଷେପ ନିଆଯିବ। ଓଏସଆରଟିସି ଉଚ୍ଚସ୍ତରୀୟ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏଭଳି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଘରୋଇ ସଂସ୍ଥା ଓଏସଆରଟିସି ବସ୍ ଚଳାଇବେ। ବସ୍‌ର ରକ୍ଷଣାବେକ୍ଷଣ, ମରାମତି, ଇନ୍ଧନ ଖର୍ଚ୍ଚ ଓ କର୍ମଚାରୀ ଦରମା ଆଦି ଖର୍ଚ୍ଚକୁ ଘରୋଇ ସଂସ୍ଥା ବହନ କରିବ। ଘରୋଇ ସଂସ୍ଥା ଗୁଡିକର ବସ୍ ଚଳାଇବା ପାଇଁ ଉନ୍ନତ ପରିଚାଳନା ବ୍ୟବସ୍ଥା ରହିଛି। ଏଥିସହ ଓଏସଆରଟିସି ବସ୍ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବସ୍ ସଂଖ୍ୟା ବୃଦ୍ଧି କରାଯାଇ ଏକ ହଜାର କରାଯିବ। ବର୍ତ୍ତମାନ ଓଏସଆରଟିସର ୬୩୬ଟି ବସ୍ ରହିଛି। ସେଥିରୁ ମାତ୍ର ୪୭୮ଟି ବସ୍‌ ୩୧୭ ରୁଟ୍‌ରେ ଚଳାଚଳ କରୁଛି।

 

Breaking News