ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯୁକ୍ତଦୁଇର ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ପଢ଼ିବେ ବିଜ୍ଞାନ ପାଠ । ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତଦୁଇ ବିଜ୍ଞାନର ବିଭିନ୍ନ ବହି ଉପଲବ୍ଧ ହେବ । ଏହାଫଳରେ ପିଲାମାନେ ଗଣିତ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ପାଠକୁ ସହଜରେ ଓଡ଼ିଆରେ ବୁଝିପାରିବେ । ଆଗକୁ ଓଡ଼ିଆରେ ପରୀକ୍ଷା ଦେବାକୁ ଆଶା ରଖିଥିବା ନିଟ୍ ଓ ଜେଇଇ ପରୀର୍କ୍ଷୀଙ୍କୁ ଏହା ସୁଫଳ ପ୍ରଦାନ କରିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ‘ନୂଆ ଶିକ୍ଷାନୀତି ୨୦୨୨’ ଅନୁଯାୟୀ ସାରା ଦେଶରେ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯିବ । ସେଥିପାଇଁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଭାଷାରେ ଶିକ୍ଷା ଉପଲବ୍ଧ କରାଇବାକୁ ଗୁରୁତ୍ୱ ଦିଆଯାଉଛି । ଡାକ୍ତରୀ, ଇଞ୍ଜିନିୟରିଂ ସମେତ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ପାଠ୍ୟକ୍ରମ ଆଞ୍ଚଳିକ ଭାଷାରେ ପ୍ରସ୍ତୁତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଧ୍ୟାନ ଦିଆଯାଉଛି । ପାଠ୍ୟ ପୁସ୍ତକ ସହିତ କୋର୍ସ ଓଡ଼ିଆ ଭାଷାରେ ପ୍ରସ୍ତୁତି ନେଇ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..