ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଛି । ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ସହ ଡ୍ରୋନ୍ରେ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୟୁକ୍ରେନର ୩୫ରୁ ଅଧିକ କୋଠା ଭୁଶୁଡ଼ିପଡ଼ିଛି । ଦିଆଯାଇଥିବା ସୂଚନା ଅନୁସାରେ ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା ହେବର ଗୋଟିଏ ଦିନ ପରେ ରୁଷ ୟୁକ୍ରେନ୍ ଉପରେ ଏହି ବଡ଼ ଆକ୍ରମଣ କରିଛି । ରୁଷର ଏହି ଆକ୍ରମଣରେ ୟୁକ୍ରେନର ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରୁଷର ୨୪ଟି ଡ୍ରୋନ୍ ସହ ୪୭ଟି ମିସାଇଲ ମାଡ଼ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଘଟଣାକୁ ନେଇ ୟୁକ୍ରେନର ଜରୁରୀକାଳୀନ ସେବା ମୁଖପାତ୍ର ଓଲେକ୍ସଚାନ୍ଦ ଖୋରୁଞ୍ଜି ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ବିବୃତ୍ତିରେ ୟୁକ୍ରେନରେ ଅଧିକ ଘର ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତାହା ସହ ଘଟଣାସ୍ଥଳରେ ୧୦୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ ରହିଥିବା ସୂଚନା ଦେଇଛନ୍ତି ।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..