ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଛି ଏଫବିଆଇ। ଗତ ଥର ଏଫବିଆଇ ବାଇଡେନଙ୍କ ବିଲମିଙ୍ଗଟନସ୍ଥିତ ଘରେ ପଶିଥିବା ବେଳେ ଗତକାଲି ରେହୋବୋଥ ବିଚ୍ ହାଉସ୍ରେ ଥିବା ଘରେ ପଶି ଯାଞ୍ଚ କରିଛି ଏଫିବିଆଇ । ମାତ୍ର ଏହି ଚଢ଼ାଉ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଫବିଆଇକୁ ମିଳି ନ ଥିବା ଜଣାଯାଇଛି। ଚଢ଼ାଉ ସମୟରେ ବାଇଡେନ ଘରେ ଉପସ୍ଥିତ ନ ଥିଲେ। କିନ୍ତୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବାଇଡେନଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଓକିଲଙ୍କ କହିବାନୁଯାୟୀ, ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ଏଫବିଆଇ ଟିମ୍ ଗତକାଲି ରାଷ୍ଟ୍ରପତିଙ୍କ ଘରେ ଗୋପନୀୟ ଦସ୍ତାବିଜ ସମ୍ବନ୍ଧିୟ ଯାଞ୍ଚ କରିଥିଲା। ଏହାପୂର୍ବରୁ ଜାନୁଆରୀ ୨୦ରେ ରାଷ୍ଟ୍ରପତିଙ୍କ ବିଲମିଙ୍ଗଟନ ଘରେ ୧୩ ଘଣ୍ଟା ପର୍ଯ୍ୟନ୍ତ ଛାନଭିନ ହୋଇଥିଲା। ପୂର୍ବରୁ ହୋଇଥିବା ତଲାସୀ ସମୟରେ ରାଷ୍ଟ୍ରପତିଙ୍କ ଘରୁ ୬ଟି ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ଦସ୍ତାବିଜ ଓ ବାଇଡେନଙ୍କ କିଛି ହାତଲେଖା ମିଳିଥିଲା। ଏହି ଦସ୍ତାବିଜ ବାଇଡେନ ଉପରାଷ୍ଟ୍ରପତି ଥିବା ସମୟର ଦସ୍ତାବିଜ ବୋଲି ଜଣାଯାଇଛି। ବାଇଡେନ ନିଜ ଘର ତଲାସି ପାଇଁ ଏଫବିଆଇକୁ ଅନୁମତି ଦେଇଥିବା ବେଳେ ଏଥିନିମନ୍ତେ କୌଣସି ସର୍ଚ୍ଚ ୱାରେଣ୍ଟ ଜାରି ହୋଇ ନ ଥିବା ଜଣାଯାଇଛି।






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..