Report Card Odisha

| Daily Odia News

ନିଶା ନିବାରଣ କେନ୍ଦ୍ରରେ ମାଡ଼,ଚାଲିଗଲା ଜୀବନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଶା ନିବାରଣ କେନ୍ଦ୍ର ପାଲଟିଛି ମରଣ ଯନ୍ତା | ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼ରେ ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଛି | ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ଦରମରା କରିବା ପରେ ସର୍ବେଶ୍ୱର ବେହେରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁୁ ଘଟିଛି। ଗତ ୨୯ରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ନିଶା ଛଡ଼ାଇବା ପାଁରେ ସର୍ବେଶ୍ୱରଙ୍କୁ ମାଡ଼ ମାରି ଲହୁଲୁହାଣ କରାଯାଇଥିଲା । ତେବେ ମଞ୍ଚେଶ୍ୱର ଥାନା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଗତକାଲି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମାଲିକ ଓ ୨ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।

 

Breaking News