ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଶାୱରର ପୋଲିସ ଲାଇନରେ ଥିବା ମସଜିଦ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋହଲାଇ ଦେଇଛି । ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି । ଏବେବି ୨୦୦ରୁ ଅଧିକ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅର୍ଥାତ୍ ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଆତ୍ମଘାତି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ତହରିକ-ଏ-ତାଲିବାନର ଏକ ସଂସ୍ଥା । ଅନ୍ୟପଟେ ଏହି ଆକ୍ରମଣ ପରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହି ଘଟଣା ପାଇଁ ଆଫଗାନ ବର୍ଡରକୁ ଦାୟୀ କରାଇବା ପରେ ତାଲିବାନ ରାଗି ଯାଇଛି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଅମିର ମୁତ୍ତାକୀ କହିଛନ୍ତି ପାକିସ୍ତାନ ଆଫଗାନିସ୍ତାନକୁ ଦାୟୀ କରାଇବା ଛାଡି ଦେଉ, ପାକିସ୍ତାନ ନିଜ ସମସ୍ୟା ନିଜେ ସମାଧାନ କରୁ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ନିଜ ଅଳିଆ ଅନ୍ୟ ଘରେ ପକାଇବା ଛାଡି ଦେବା ଦରକାର ।





More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..