Report Card Odisha

| Daily Odia News

ବିକ୍ରମଦେବ ମହାବିଦ୍ୟାଳୟ କୁ ବିଶ୍ବବିଦ୍ୟାଳୟ ମାନ୍ୟତା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କୋରାପୁଟ ଜିଲ୍ଲା ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। କୋରାପୁଟର ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀମାନେ ବହୁ ଦିନରରୁ ଦାବି କରିଆସୁଥିଲେ | ଆଜି ସେମାଙ୍କର ଦାବି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି। ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ ,ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

 

Breaking News