Report Card Odisha

| Daily Odia News

ଜନସାଧାରଣଙ୍କ ବିଶ୍ବାସର ପାତ୍ର ହୋଇପାରନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ସଂଯମୀ ହେଲେ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ‘ସତ୍ୟଂ ବଦ ଧର୍ମଂ ଚର’ ନୀତିକୁ ଆପଣେଇ ନେଇପାରନ୍ତି। ଯାତ୍ରା ଶୁଭପ୍ରଦ ହେବ। ମନ ଧ୍ୟାନ ଦେଇ ଗୁରୁଜନଙ୍କ ଉପଦେଶ ମାନି ଚଳିବାକୁ ପଡ଼ିବ।

ବୃଷ : ଆଇନ, କାନୁନ୍, ବିଧି-ବିଧାନ ମାନି ଚଳିଲେ ଶୃଙ୍ଖଳିତ ନାଗରିକ ଭାବେ ସାମାଜିକ ସ୍ତରରେ ପରିଗଣିତ ହେବେ। ଅସାଧ୍ୟ ସାଧନ କରି ପୌରୁଷର ମହାନତା ପ୍ରତିପାଦନ କରିପାରନ୍ତି। ବିଜୟବାନା ଉଡ଼ାଇବେ।

ମିଥୁନ : ଧନ ଅର୍ଜନ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ବାଣିଜ୍ୟ କାରବାର ସୁଦୂର ପ୍ରସାରୀ ହେବ। ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି, ପରକୁ ଆପଣାର କରିବାର ସୁଦୂର ମାର୍ଗ। ସହିଷ୍ଣୁ ବ୍ୟକ୍ତିଭାବେ ଗ୍ରହୀତାଙ୍କ ଦାତା ହୋଇପାରନ୍ତି।

କର୍କଟ : ଜନ୍ମଜାତକକୁ ତଥା ସ୍ବର୍ଣ୍ଣକଳସୀ ସ୍ଥାପନ ହେବା ପ୍ରକ୍ରିୟା ଶ୍ରୀଚନ୍ଦ୍ର ଭୋଗୀଙ୍କୁ ଦୃଢ଼ମନା ଓ ଧନବାନ କରିପାରେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ପ୍ରତି କ୍ଷେତ୍ରରେ ନୂତନ ଯାନବାହନ କ୍ରୟର ସୁଯୋଗ ମିଳିବ।

ସିଂହ : ରାଜଯୋଗ ଅଛି। ଆପଣ ଚାଲିଯିବାକୁ ମନ ବଳାଇ ଥିଲେ ବି ଅଟକି ଯାଇ କାର୍ଯ୍ୟର ସଫଳ ରୂପାୟନ କରିବେ। ଜନସାଧାରଣଙ୍କ ବିଶ୍ବାସର ପାତ୍ର ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।

କନ୍ୟା :​‌ ଆପଣଙ୍କ ଲେଖାରେ ଅନବଦ୍ୟ ଶବ୍ଦ ତରଙ୍ଗ ସୃଷ୍ଟି ହେବ। ଏପରି କାର୍ଯ୍ୟ ନ କରନ୍ତୁ ଯେଉଁ କାର୍ଯ୍ୟରେ ଉଳ ଭବିଷ୍ୟତର ଆଶା ଚୁର୍‌ମାର ହୋଇଯିବ। ସୁଖ-ଦୁଃଖ ମିଶ୍ରିତ ଫଳ ମିଳିବାର ଆଶା ରହିଛି।

ତୁଳା : କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ। ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ସୁଖ ମିଳିବ।

ବିଛା : ନିରୋଗୀ ଓ ଆୟୁଷ୍ମାନ ହେବେ। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ସୌଭାଗ୍ୟଶାଳୀ ଓ ଧାର୍ମିକ ହୋଇପାରନ୍ତି। ସତ୍‌ପରାୟଣ ହେବେ। ରୋଜଗାର ଊଣା ହେବ ନାହିଁ। ସୁଖୀ ହେବେ।

ଧନୁ : ମନର ଆବେଗକୁ ସମର୍ପି ଦେଇପାରନ୍ତି। ଅହଂଭାବର ପୋଷଣ; ସର୍ବଦା ବିନାଶକାରୀ ହେବ। ଥଣ୍ଡାଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ସ୍ବାଭିମାନର ସହ ଚଳିବାକୁ ପଡ଼ିବ।

ମକର : ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ। ଶ୍ରଦ୍ଧା ଓ ବିଶ୍ବାସର ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଦିନଟି ଭଲରେ କଟିବ।

କୁମ୍ଭ : ଶ୍ରମ ଓ ନିଷ୍ଠାର ମହତ୍ତ୍ବ ଉପଲବ୍ଧି କରିପାରନ୍ତି। ଅଜାତଶତ୍ରୁ ହେବେ। ଋଣ ସମୁଦ୍ରରୁ ମୁକ୍ତ ହେବାକୁ ହେଲେ ଧର୍ମର ଆଶ୍ରୟ ନେଇପାରନ୍ତି। ଭ୍ରାତୃଭାବ ଅପୂର୍ବ ରହିବ। ସମର୍ପିତ ଜୀବନଯାପନ କରିପାରନ୍ତି।

ମୀନ : କୁବେର ପୁତ୍ରମାନଙ୍କ ସହିତ ବନ୍ଧୁତା କରି ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଲ​ଟେ‌ରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟାଦି ସୂତ୍ରରୁ ଧନାଗମ ହେବ। ବନ୍ଧୁମିଳନ ଓ ସେବା ଭାବନା ଜାଗ୍ରତ ହେବ।

Breaking News