ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଥିବା ବେଳେ ସେମାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଥିଲା । ତେବେ ସେଠାରେ ଥିବା ଏକ ହୋଟେଲରେ ଖାଇବା କଥାକୁ ନେଇ ହୋଟେଲ ମାଲିକ ଏବଂ ୨ଜଣ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ସେମାନେ ପଇସା ନ ଦେଇ ଚାଲିଯାଇଥିଲେ । କିନ୍ତୁ ଏହାର ଠିକ୍ କିଛି ସମୟ ପରେ ପୁଣି ଥରେ ସେହି ୨ ଜଣ ଆସି ସେହି ହୋଟେଲ ଉପରେ ବୋମା ମାଡ କରିଥିଲେ | ଘଟଣାର ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛିଥିଲା | ସେହି ୨ ବ୍ୟକ୍ତି ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚରା କରୁଛି |






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..