ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାରଫଙ୍କ ଗତକାଲି ଦେହାନ୍ତ ହୋଇଛି। ମୁଶାରଫଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ଶୋକବ୍ୟକ୍ତ କରି ଫସିଯାଇଛନ୍ତି । ଚାରିଆଡୁ ତାଙ୍କୁ ସମାଲୋଚିତ କରାଯାଉଛି | ଏହା ପରେ କଂଗ୍ରେସ ସାଂସଦ ଶଶୀ ଥରୁର୍ ରବିବାର ରାତିରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ମୁଁ ଏକ ଏଭଳି ଭାରତର ମଣିଷ ଯେଉଁଠି ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ସେତେବେଳେ ତାଙ୍କ ବିଷୟରେ ଦୟାଳୁର ସହ କଥାବାର୍ତ୍ତା କରାଯାଏ। ମୁଶାରଫ୍ ଥିଲେ ଜଣେ ଅକ୍ଷମଣୀୟ ଶ୍ରତୁ ଏବଂ କାର୍ଗିଲ୍ ଯୁଦ୍ଧ ପାଇଁ ଉତ୍ତରଦାୟୀ ଥିଲେ। କିନ୍ତୁ, ସ୍ୱାର୍ଥ ପାଇଁ ସେ ୨୦୦୨-୭ ପର୍ଯ୍ୟନ୍ତ ଭାରତ ସହିତ ଶାନ୍ତି ପାଇଁ କାର୍ଯ୍ୟ ବି କରିଛନ୍ତି। ସେ ମିତ୍ର ନ ଥିଲେ କିନ୍ତୁ, ଶାନ୍ତି ଯୋଗୁଁ ହାସଲ କରିହେଉଥିବା ଉପକାର ପ୍ରତି ସଜାଗ ଥିଲେ। ଯେମିତି ଆମେ କରୁଛେ।’ ଏହାପୂର୍ବରୁ ଥରୁର୍ ମୁଶାରଫଙ୍କ ମୃତ୍ୟୁ ପରେ ଶୋକବାର୍ତ୍ତା ଦେଇଥିଲେ ଥରୁର। ସେ କହିଥିଲେ, ‘ଏକ ଦୁର୍ଲଭ ରୋଗ ଯୋଗୁ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରବେଜ ମୁଶାରଫଙ୍କ ଦେହାନ୍ତ ହୋଇଛି। ଦିନେ ଭାରତର କଟ୍ଟର ଶତ୍ରୁ ଥିବା ଏହି ବ୍ୟକ୍ତି ୨୦୦୨-୨୦୦୭ ମଧ୍ୟରେ ଶାନ୍ତିର ବାସ୍ତବ ଶକ୍ତି ପାଲଟିଥିଲେ। ସେତେବେଳେ ପ୍ରତି ବର୍ଷ ମୁଁ ତାଙ୍କୁ ଭେଟୁଥିଲି। ସେ ଥିଲେ ଚଳଚଞ୍ଚଳ, ଆକର୍ଷଣୀୟ ଏବଂ ନିଜ କୁଟନୈତିକ ଚିନ୍ତାଧାରାରେ ସ୍ପଷ୍ଟ ଥିଲେ।’ ଥରୁରଙ୍କ ଏହି ଟ୍ୱିଟ ପରେ ତାଙ୍କୁ ସମାଲୋଚିତ ହେବାରେ ଲାଗିଛନ୍ତି |






More Stories
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……