ରିପୋର୍ଟ କାର୍ଡ / କଟକ
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସିବିଆଇ ତଦନ୍ତ ଦାବି କରାଯାଇ ଏହି ମାମଲା ଦାୟର କରିଛନ୍ତି ଭାରତୀୟ ବିକାଶ ପରିଷଦ। ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକୁ ୯ ଦିନ ପୂରିଥିବା ବେଳେ ଏଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି | ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଦେଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସ ତଦାରଖ କରୁଛନ୍ତି। ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ ଜାରି ରଖିଥିବା କହିଛି।






More Stories
ବିମାନ ଉଡ଼ାଣରେ ଲାଗିଲା କଟକଣା…..
କମିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡ଼ି ସଂଖ୍ୟା…..
ଶେଷ ହେଉଛି ପେଟ୍ରୋଲ!….