ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହେଟ୍ ସ୍ପିଚକୁ ନେଇ ନିକଟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଅନୁଚିତ। ଏଥିସହିତ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ କର୍ତ୍ତବ୍ୟରେ ଅବହେଳା କଲେ ବର୍ତ୍ତିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଗତ ୨୦୨୧ରେ ନୋଏଡ଼ାରେ ହୋଇଥିବା ଏକ ହେଟ୍ ସ୍ପିଚ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଥିଲେ । ଏହି ମାମଲା ୨୦୨୧ ମସିହା ଜୁଲାଇରେ ଘଟିଥିବା ବେଳେ ୨୦୨୩ ମସିହା ଜାନୁଆରୀରେ କାହିଁକି ମାମଲା ଦାୟର ହୋଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏଥିସହିତ ଏହି ମାମଲାରେ ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେବା ସହିତ ଆଫିଡେଭିଡ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଅଦାଲତ ଏହି ମାମଲାର ଏଫଆଇଆର କପି ଓ ଅଭିଯୁକ୍ତଙ୍କ ବିବରଣୀ ମାଗିଥିଲେ । ଏଥିସହିତ ଅଭିଯୁକ୍ତଙ୍କୁ କେବେ ବେଲ ଦିଆଯାଇଥିଲା ତାହା ମଧ୍ୟ କୋର୍ଟ ୟୁପି ସରକାରଙ୍କୁ ପଚାରିଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସରେ ୬୨ ବର୍ଷୀୟ କାଜୀମ ଅହମଦ ଶେରବାନୀ ଏକ ଘୃଣ୍ୟ ମନ୍ତବ୍ୟର ଶିକାର ହୋଇଥିଲେ । ସେହିପରି ପୋଲିସ ଉପରେ ଲାଗିଥିବା ନିଷ୍କ୍ରିୟତା ଅଭିଯୋଗକୁ ନେଇ କୋର୍ଟ କହିଥିଲେ, ଏପରି ଅଧିକାରୀ ନିଜର କର୍ତ୍ତବ୍ୟରେ ଲାବରବାହୀ କରି ବର୍ତ୍ତିପାରିବେ ନାହିଁ । ଆମକୁ ଏକ ଉଦାହରଣ ପ୍ରତିଷ୍ଠା କରିବା ଦରକାର । ଫଳରେ ଆମେ ବିକଶିତ ଦେଶଗୁଡ଼ିକର ସମକକ୍ଷ ହୋଇପାରିବା । ଯେଉଁ ବ୍ୟକ୍ତିମାନେ ଥାନାକୁ ଆସୁଛନ୍ତି ସେମାନଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଠିକ୍ ନୁହେଁ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……