ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାନକାର୍ଡକୁ ଆଧାର ସହ ସଂଯୋଗ କରିବା ପାଇଁ ଦେବାକୁ ପଡିବ ଦେୟ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପ୍ରଭାବିତ ହେବେ ୧୩ କୋଟିରୁ ଅଧିକ ଲୋକ। ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାନକୁ ଆଧାର ସହିତ ସଂଯୋଗ କରିବା ପାଇଁ ୧୦୦୦ ହଜାର ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଯଦି ଏପରି ନହୁଏ ତେବେ ସରକାର ୧୩ କୋଟିରୁ ଅଧିକ ଲୋକଙ୍କର କାର୍ଡ ରଦ୍ଦ କରିପାରନ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କହିଛି, ୬୧କୋଟି ୟୁଜର୍ସଙ୍କ ମଧ୍ୟରୁ ୪୮ କୋଟି ଲୋକ ଆଜିଯାଏଁ ପାନ୍ ସହ ଆଧାର ଲିଙ୍କ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାନ୍ ଏବଂ ଆଧାର ସଂଯୋଗ କରିବାକୁ ୩୧ ମାର୍ଚ୍ଚ ୨୦୨୩ ଯାଏ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯଦି ଏହି ସମୟସୀମା ମଧ୍ୟରେ ସଂଯୋଗ କରାନଯାଏ, ତେବେ ପାନ୍ କାର୍ଡ ନିଷ୍ଟ୍ରିୟ ହୋଇଯିବ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……