Report Card Odisha

| Daily Odia News

ଚିତ୍ରା ରାମକୃଷ୍ଣଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍‌ଏସ୍‌ଇ କର୍ମଚାରୀଙ୍କ ଫୋନ୍‌ ଟ୍ୟାପିଂ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର (ଏନ୍‌ଏସ୍‌ଇ) ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଏହି ଆର୍ଥିକ ଦୁର୍ନୀତି ମାମଲା ‘ଏନ୍‌ଏସ୍‌ଇ’ କର୍ମଚାରୀଙ୍କ ବେଆଇନ ଫୋନ୍‌ ଟ୍ୟାପିଙ୍ଗ୍‌ ଘଟଣା ସହିତ ଜଡ଼ିତ। ପୂର୍ବରୁ ଏହି ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜାମିନ ମଞ୍ଜୁର ନ ଦେବା ବେଳେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି କହିଥିଲେ, ‘ଆଇସେକ୍‌’ ନାମରେ ଗୋଟାଏ ସାଇବର୍‌ ସିକ୍ୟୁରିଟି କମ୍ପାନି ବେଆଇନ ଭାବେ ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ କରି ୪.୫୪ କୋଟି ଟଙ୍କା ଉପାର୍ଜନ କରିଛି। ସମ୍ଭାବ୍ୟ ସାଇବର ଆକ୍ରମଣର ସାମୟିକ ଅଧ୍ୟୟନ କରିବା ଆଳରେ ଏହି କମ୍ପାନି ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କୁ ଫୋନ୍‌ କଲ୍‌ ସବୁ ଟ୍ୟାପିଙ୍ଗ୍‌ କରୁଥିଲା।

Breaking News