Report Card Odisha

| Daily Odia News

ଲୋକପ୍ରିୟତା ଅର୍ଜନ କରିପାରନ୍ତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଅବସ୍ଥା ଦେଖି ବ୍ୟବସ୍ଥା ସ୍ବରୂପ ଖର୍ଚ୍ଚ କାଟ କରି ଗୁଜୁରାଣ ମେଣ୍ଟାଇବାକୁ ସ୍ଥିର ନିଶ୍ଚିତ ଦେଇପାରନ୍ତି। ଭାଇଙ୍କଠାରୁ ଆଣିଥିବା ଅର୍ଥ ପରିଶାଧ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ବୃଷ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ : ଉଦାର ଚେତା ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆୟୁଷ୍ମାନ୍‌ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରା ନ କରିବା ଭଲ। ଯାନବାହନ ସୁଖ ମିଳିବ।

କର୍କଟ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ସ୍ନେହପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର ସମ୍ମାନ ମିଳିବ। ଅର୍ଥ ଉପାର୍ଜନ ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ସିଂହ : ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସହାୟତା ମିଳିବ।

କନ୍ୟା : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଉପାର୍ଜନ ଊଣା ହେବ ନାହିଁ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା : କର୍ମଚଞ୍ଚଳ ରହିବେ। ଭାଗବତ ଚିନ୍ତନ ପାଇଁ ନିରେଳା ସ୍ଥାନକୁ ବାଛି ନେଇପାରନ୍ତି। ଭାଷା ମଧୁମୟ ଓ ବ୍ୟବହାର ସ୍ନେହପୂର୍ଣ୍ଣ ହେବ। ରାଜଯୋଗ ହେତୁ ଉଚ୍ଚ ସମ୍ମାନ ଲାଭ କରିବା ସହ ଲୋକପୂଜ୍ୟ ହେବେ।
ବିଛା : ଆୟୁଷ୍ମାନ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ତ୍ତବ୍ୟପରାୟଣ ହେବେ।
ଧନୁ : ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।

ମକର : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଭୋଗ ବିଳାସରେ କିଛି ସମୟ ବିତାଇ ପାରନ୍ତି।

କୁମ୍ଭ : ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଭ୍ରାତୃଭାବ ଅତୁଟ ରହିବ। ସ୍ବଳ୍ପ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।
ମୀନ : ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ମନ ପ୍ରଫୁଲ୍ଲିତ ହେବ।

Breaking News