Report Card Odisha

| Daily Odia News

SSLV-D2 ଉପଗ୍ରହ ଉତକ୍ଷେପଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ମହାକାଶ ଗବେଷଣା ନୂଆ ଇତିହାସ ସୃଷ୍ଟି କରିଛି | ଆଜି ଇଶ୍ରୋ ଏକ ନୂତନ ଉପଗ୍ରହକୁ ଉତକ୍ଷେପଣ କରିଛି । ନୂତନ ରକେଟ SSLV-D2-କୁ ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। SSLV-D2 ତିନୋଟି ଉପଗ୍ରହ ସହିତ ମହାକାଶକୁ ଉଡ଼ିଛି। ଇଶ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ ଭାରତୀୟ ମହାକାଶ ସଂସ୍ଥା ବର୍ଷ ପାଇଁ ବଡ ଯୋଜନା କରିଛି ଯେଉଁଥିରେ ଲଞ୍ଚ ପ୍ୟାଡରେ ଅନେକ ବଡ ମିଶନ ପ୍ରସ୍ତୁତ ଅଛି। ଏସ୍‌ଏସ୍‌ଏଲ୍‌ଭି ଉତକ୍ଷେପଣ ପଛରେ ଥିବା ଟିମକୁ ସେ ଅଭିନନ୍ଦନ ଜଣାଇଛନ୍ତି। ଆମେରିକାର କମ୍ପାନୀ ଆଣ୍ଟାରିସ ଉପଗ୍ରହ ଜାନୁସ -୧, ଚେନ୍ନାଇ ଭିତ୍ତିକ ସ୍ପେସ ଷ୍ଟାର୍ଟଅପ ସ୍ପେସ କିଡ୍ସର ଉପଗ୍ରହ ଆଜାଦିସାଟ-୨ ଏବଂ ଇସ୍ରୋର ଉପଗ୍ରହ ଇଓଏସ୍‌-୦୭ ସାମିଲ ଅଛି। ଏହି ତିନୋଟି ଉପଗ୍ରହ ୪୫୦ କିଲୋମିଟର ଦୂରରେ ଥିବା ସର୍କୁଲାର କକ୍ଷପଥରେ ଅବସ୍ଥାପିତ ହେବ।

Breaking News