Report Card Odisha

| Daily Odia News

ଆଜି ରାଜ୍ୟ କ୍ୟାବିନେଟ୍‍ ବୈଠକ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟ କ୍ୟାବିନେଟ୍‍ର ବୈଠକ | ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‍ର ବୈଠକ ଅନୁଷ୍ଠିତ ହେବ| ଏହି ବୈଠକରେ ୧୨ଟିରୁ ଅଧିକ ପ୍ରସ୍ତାବକୁ ମଂଜୁରୀ ମିଳିବା ସମ୍ଭାବନା ରହିଛି। ପଞ୍ଚାୟତିରାଜ, ସମବାୟ, କୃଷି, ସ୍ୱାସ୍ଥ୍ୟ, ଶିଳ୍ପ ଓ ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଗୁଡ଼ିକୁ ଆଲୋଚନା ପାଇଁ ତାଲିକାଭୁକ୍ତ କରାଯାଇଛି। ଆଜି ମଧ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଚଳିତ ମାସ ୨୧ ରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୨୪ ତାରିଖରେ ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବାକୁ ଥିବାରୁ ମନ୍ତ୍ରିପରିଷଦ ବୈଠକରେ ବଜେଟକୁ ଅନୁମୋଦନ ଦିଆଯିବ ବୋଲି ଜଣାପଡ଼ିଛି।

Breaking News