Report Card Odisha

| Daily Odia News

କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି। କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି  | ୨୦୨୩-୨୪ ବର୍ଷ ଲାଗି ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ପାଖାପାଖି ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି । ଆସନ୍ତା ୨୧ ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଏହାପରେ ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ତା’ ପୂର୍ବରୁ ଆଜି ମନ୍ତ୍ରୀ ପରିଷଦ ବୈଠକରେ ପାଖାପାଖି ୨.୩ ଲକ୍ଷ କୋଟିର ବଜେଟ ଉପରେ କ୍ୟାବିନେଟ ମୋହର ବାଜିଛି । ରାଜଧାନୀ ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ତୃତୀୟ ଲିଙ୍ଗ ସନ୍ତାନକୁ ପେନସନ ମିଳିବ । ଜେଲରେ କଏଦୀଙ୍କ ମୃତ୍ୟୁ ଘଟିଲେ ତାଙ୍କର ସମ୍ପର୍କୀୟ ପେନସନ ପାଇବେ । ଏମଏସଏମଇ ଉନ୍ନୟନ ନୀତି-୨୦୧୬ରେ ସଂଶୋଧନ କରାଯିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପାଇଁ ୨୩୭ଟି ହଷ୍ଟେଲ ସ୍ଥାପନ କରାଯିବ । । ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମି ପାଇଁ ଅନୁମୋଦନ କରାଯାଇଛି । ବିମାନ ଇନ୍ଧନରେ ଭାଟକୁ ରାଜ୍ୟ ସରକାର ୧ ପ୍ରତିଶତକୁ ହ୍ରାସ କରିଛନ୍ତି । ଏସଭିକେଏମ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଜଟଣୀଠାରେ ଜମି ଯୋଗାଇଦେବେ ।

Breaking News